ଆର୍ଥିକ ଅନଗ୍ରସର ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଉଚ୍ଚ ଜାତିର କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଏହି କୋଟା ବ୍ୟବସ୍ଥା ୧୦୩ ତମ ସମ୍ବିଧାନର ମୌଳିକ ଢାଞ୍ଚା ଉଲ୍ଲଂଘନ କରୁନାହିଁ । ତେବେ ୫ ଜଣ ବିଚାରପତିଙ୍କ ମଧ୍ୟରୁ ୩ଜଣ ସଂରକ୍ଷଣ ସପକ୍ଷରେ ମତ ଦେଇଥିଲାବେଳେ ୨ଜଣ ବିପକ୍ଷରେ ମତ ଦେଇଥିଲେ । ଆଉ ୩-୨ ଆଧାରରେ ସପକ୍ଷରେ ଦେଇଥିବା ରାୟ କାଏମ ରହିଛି ।

ଉଚ୍ଚ ଜାତି ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିଲେ କେନ୍ଦ୍ର ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ କରିବାକୁ ଯାଇ ୧୦ ପ୍ରତିଶତ ସଂରକ୍ଷଣ ବା କୋଟା ଦେଇଥିଲେ । କିନ୍ତୁ ଏପରି ନିୟମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ଆବେଦନ । ସରକାର ଏପରି ବ୍ୟବସ୍ଥା କରି ସମ୍ବିଧାନର ମୂଳ ବିଚାରଧାରାକୁ ଉଲ୍ଲଂଘନ କରୁଥିବା କହି କୋର୍ଟରେ ଦାୟର ହୋଇଥିଲା ଆବେଦନ । କାରଣ କୋଟା ବ୍ୟବସ୍ଥା ଜାତିକୁ ନେଇ ତିଆରି ହୋଇଥିଲା । କିନ୍ତୁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସଂରକ୍ଷଣ ଦେବା ବେଳେ ଏହାକୁ ଉଲ୍ଲଂଘନ କରାଯାଇଛି ।