ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ

କହିଲେ ଆମ୍ବୁଲାନ୍ସରେ ତେଲ ଥିଲା ହେଲେ…

କଟକ, ୧୫/୦୫: ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାରେ ନୂଆ ମୋଡ଼। ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମ୍ବୁଲାନ୍ସ ମାଲିକ। ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା। କଟକ ଏସ୍‌ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଯାହା ପରେ ରୋଗୀଙ୍କ ପରିବାର ଲୋକେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଏପରି ଘଟିଥିବା ଅଭିଯୋଗ କରିଥିଲେ। ତେବେ ଆମ୍ବୁଲାନ୍ସ ଅଟକିଯିବା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା।