ମାମୁଁ ଘରେ ମାଇଁଙ୍କ ଭଉଣୀଙ୍କୁ ବିଭତ୍ସ ହତ୍ୟା

କେନାଲରୁ ଭଣଜାକୁ ଉଦ୍ଧାର କଲା ପୋଲିସ

ପୁରୀ, ୧୬/୦୫: ମାମୁଁ ଘରେ ମାଇଁଙ୍କ ଭଉଣୀଙ୍କୁ ଅତି ନିର୍ମମ ଭାବେ ହାଣି ପକାଇଛି ଭଣଜା। ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ପୁରୀ କାକଟପୁର ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ଠାରେ। ମୃତ ଯୁବତୀ ହେଲେ ଲିଲି ପ୍ରୀୟା ବେହେରା। ସୀ ଦୀର୍ଘ ବର୍ଷ ଧରି ତାଙ୍କ ଭଉଣୀଙ୍କ ଘରେ‌ ରହୁଥିଲେ।

ଅଭିଯୁକ୍ତ ସ୍ମୃତି ରଞ୍ଜନଙ୍କ ଘର ଅସ୍ତରଂଗ ବେଗୁନିଆବସ୍ତ ଗାଁରେ। ତେବେ ଏଭଳି ହତ୍ୟାକାଣ୍ଡ କାହିଁକି ଘଟାଇଛି ଅଭିଯୁକ୍ତ, ତାହା ଜଣାପଡ଼ି ନଥିବା ବେଳେ ଅଭିଯୁକ୍ତ ସ୍ମୃତି ରଞ୍ଜନକୁ ନିଶାସକ୍ତ ଅବସ୍ଥାରେ ପାଖରେ ଥିବା ଏକ କେନାଲରୁ ଉଦ୍ଧାର କରାଯାଇଛି। ପୋଲିସ ତାକୁ ଗିରଫ କରିଛି। ଅଧିକ ପଚରାଉଚରା ପରେ ହତ୍ୟାକାଣ୍ଡର ଅସଲ କାରଣ ଜଣାପଡ଼ିବ।