ଅବୁଜା, ୧୬/୦୫: ଟପ୍ ଆଇଏସ୍ଆଇଏସ୍ (ISIS) ଆତଙ୍କୀ ନେତା ଅବୁ-ବିଲାଲ-ଅଲ୍-ମିନୁକି ନିହତ। ଏ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି। ଏହା ଏକ ମିଳିତ ଅପରେସନ ଥିଲା ଯେଉଁଥିରେ ଆମେରିକୀୟ ଓ ନାଇଜେରିଆ ସୈନ୍ୟଙ୍କ ସହଯୋଗ ଥିଲା ବୋଲି କହିଛନ୍ତି ଟ୍ରମ୍ପ।
ଅବୁ-ବିଲାଲ-ଅଲ୍-ମିନୁକି (Abu-Bilal al-Minuki) ଆଇଏସ୍ଆଇଏସ୍ (ISIS) ର ଗ୍ଲୋବାଲ୍ ସେକେଣ୍ଡ ଇନ୍ କମାଣ୍ଡ (ଦ୍ୱିତୀୟ ସର୍ବୋଚ୍ଚ ନେତା) ଥିଲା। ସେ ବିଶ୍ୱର ସବୁଠାରୁ ସକ୍ରିୟ ଆତଙ୍କୀ।
ସେ ନାଇଜେରିଆରେ ଲୁଚି ରହିଥିଲା। ସେ ନାଇଜେରିଆର ସ୍ଥାନୀୟ ବ୍ୟକ୍ତି ଥିଲେ ଏବଂ ପଶ୍ଚିମ ଆଫ୍ରିକା ଓ ସାହେଲ୍ ଅଞ୍ଚଳରେ ଆଇଏସ୍ଆଇଏସ୍ କାର୍ଯ୍ୟକଳାପ ପରିଚାଳନା କରୁଥିଲା। ୨୦୨୩ ମସିହାରେ ଯୁକ୍ତରାଷ୍ଟ୍ର ସରକାର ତା ଉପରେ ଅବରୋଧ ଲଗାଇଥିଲେ।
ଆମେରିକୀୟ ଓ ନାଇଜେରିଆ ସୈନ୍ୟଙ୍କ ମିଳିତ ଅପରେସନ୍ ରେ ଅବୁ-ବିଲାଲ-ଅଲ୍-ମିନୁକିର ନିହତ ହୋଇଛି। ଟ୍ରମ୍ପ ଏହାକୁ “ମେଟିକ୍ୟୁଲସ୍ଲି ପ୍ଲାନ୍ଡ୍ ଏବଂ ଭେରି କମ୍ପ୍ଲେକ୍ସ ମିଶନ୍” ବୋଲି କହିଛନ୍ତି। ଏହା ସଫଳତାର ସହିତ ସମ୍ପନ୍ନ ହୋଇଛି। ଟ୍ରମ୍ପ ନାଇଜେରିଆ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅପରେସନ୍ ଆଇଏସ୍ଆଇଏସ୍ ର ଗ୍ଲୋବାଲ୍ କାର୍ଯ୍ୟକଳାପକୁ ବହୁତ ଦୁର୍ବଳ କରିବ ବୋଲି କୁହାଯାଉଛି। ଆଫ୍ରିକାରେ ଆଇଏସ୍ଆଇଏସ୍ ସହଯୋଗୀ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକଳାପ ଉପରେ ଏହାର ପ୍ରଭାବ ପଡ଼ିବ। ଏହା ଡିସେମ୍ବରରେ ନାଇଜେରିଆରେ ହୋଇଥିବା ପୂର୍ବ ଆକ୍ରମଣଗୁଡ଼ିକ ପରେ ଆଉ ଏକ ବଡ଼ ପଦକ୍ଷେପ।