ଯାତ୍ରୀବାହୀ ଟ୍ରେନରେ ନିଆଁ

ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଜଳି ଉଠିଲା

ରୋହତସ, ୧୮/୦୫: ବିହାରର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିଯାଇଛି। ସାସାରାମ-ପାଟନା ଯାତ୍ରୀବାହୀ ଟ୍ରେନ ଷ୍ଟେସନରେ ଅଟକି ରହିଥିବା ସମୟରେ ଏହି ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଟିମ୍ ଏବଂ ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସାସାରାମ ଆରପିଏଫ ଇନ୍ସପେକ୍ଟର ସଞ୍ଜୀବ କୁମାର ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପାରିଲା। ଟ୍ରେନରେ ନିଆଁ ଲାଗିବା ମାତ୍ରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଟ୍ରେନର ଗୋଟିଏ ବଗି ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।