ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର, ୧୮/୦୫: ଓଡ଼ିଶା ଗସ୍ତରେ ଆସିଛନ୍ତି ନିତିନ ନବୀନ। ଗତ କାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱାଗତ ଜଣାଇଥିଲେ ମାନ୍ୟବର ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ।

ଆଜି ରାଜ୍ୟ କାର୍ଯ୍ୟାଳୟରେ “ରାଜ୍ୟ କୋର୍ କମିଟି ବୈଠକ”, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିର (ଜଟଣୀ ନିକଟସ୍ଥ AIPH ବିଶ୍ୱବିଦ୍ୟାଳୟ ପରିସର), ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ, ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତି ଏବଂ ମନ୍ତ୍ରୀମଣ୍ଡଳ ବୈଠକରେ ଯୋଗ ଦେବେ। ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।