ନୂଆଦିଲ୍ଲୀ, ୧୯/୦୫: ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ଏକଥର ବଢ଼ିଛି। ମେ ୧୯ ମଙ୍ଗଳବାର ପେଟ୍ରୋଲ୍ ଲିଟର ପିଛା ୮୭ ପଇସା ଏବଂ ଡିଜେଲ୍ ଲିଟର ପିଛା ୯୧ ପଇସା ବଢ଼ିଛି। ଗତ ମେ ୧୫ରେ ୩ ଟଙ୍କା ବୃଦ୍ଧି ହୋଇଥିଲା। ୫ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ବୃଦ୍ଧି ପାଇଛି।
ଆନ୍ତର୍ଜାତୀୟ କ୍ରୁଡ୍ ଅଏଲ୍ ଦରର ଉଲ୍ଲେଖନୀୟ ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଛି। ପଶ୍ଚିମ ଏସିଆ (ଇରାନ୍-ଇସ୍ରାଏଲ୍/ଆମେରିକା ସଂଘର୍ଷ) ଯୋଗୁଁ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ ପିଛା ୧୦୯ ଡଲାର ପର୍ଯ୍ୟନ୍ତ ଦର ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀରେ ଯାତାୟାତ ବାଧା ଏବଂ ଯୁଦ୍ଧ ପରିସ୍ଥିତି ଯୋଗୁଁ ତେଲ ଯୋଗାଣରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
ରାଷ୍ଟ୍ରୀୟ ତେଲ କମ୍ପାନୀଗୁଡ଼ିକ (IOC, HPCL, BPCL) ଗତ ଚାରି ବର୍ଷରେ ପ୍ରଥମ ଥର ପାଇଁ ମେ ୧୫ ରେ ୩ ଟଙ୍କା ବଢ଼ାଇଥିଲେ। କିନ୍ତୁ ଆନ୍ତର୍ଜାତିକ ବଜାରରେ ଲଗାତାର ମୂଲ୍ୟ ବୃଦ୍ଧି ଯୋଗୁଁ ପୁଣି ଏବେ ଦର ବୃଦ୍ଧି ହୋଇଛି।