ବାଲିଅନ୍ତା ଘଟଣା ରିପିଟ୍! ବିଚ୍ ରାସ୍ତାରେ ଯୁବକ ଯୁବତୀଙ୍କୁ ମାଡ଼
ଜନଗହଳିପୂର୍ଣ୍ଣ ରାସ୍ତାରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ
ବ୍ରହ୍ମପୁର, ୧୯/୦୫: ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ରାଜ୍ୟରେ ଥମି ନଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇ ଜଣ ଯୁବକ ଠେଙ୍ଗାରେ ପିଟୁଥିବାର ଭିଡିଓ ଭାଇରାଲ ହେଉଛି। ବ୍ରହ୍ମପୁର ଗିରି ରୋଡରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ଆହତ ଯୁବକ ଯୁବତୀ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଆକ୍ରମଣ ଆଶଙ୍କା କରାଯାଉଥିବା ବେଳେ ବୈଦ୍ୟନାଥପୁର ପୋଲିସ ଛାନଭିନ ଆରମ୍ଭ କରିଛି।
ଆକ୍ରମଣ ଘଟଣାରେ ADG କହିଛନ୍ତି, ବ୍ରହ୍ମପୁର ଗିରି ରୋଡରେ ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିଥିଲେ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଆହତ ଯୁବକ ଯୁବତୀ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି।