ଉପଶାସ୍ତ୍ରୀ ପରୀକ୍ଷା: ରାଜ୍ୟ ଟପ୍ପର ହେଲେ ତୁମାଣ୍ଡି ସରପଞ୍ଚ ମିତାରାଣୀ
କୃତୀ ଛାତ୍ରଛାତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ଦଶପଲ୍ଲା, ୨୩/୦୫ (ଶ୍ରୀଧର ସାହୁ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷା ଫଳ-୨୦୨୬ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ପ୍ରଦୀପ୍ତ ରାୟ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ, ମଧ୍ୟଖଣ୍ଡ, ଦଶପଲ୍ଲାର ଛାତ୍ରୀ ମିତାରାଣୀ ମାଝୀ ୭୦୦ ରୁ ୫୪୦ ନମ୍ବର ରଖି ରାଜ୍ଯ ଟପ୍ପର ହୋଇଛନ୍ତି। ମିତାରାଣୀ ଏବେ ତୁମାଣ୍ଡି ପଞ୍ଚାୟତର ସରପଞ୍ଚ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର କବିତା ଜେନା ୫୨୮ ନମ୍ବର ରଖି ଦ୍ୱିତୀୟ, ଋକୁଣି ମଳିକ ୫୨୪ ନମ୍ବର ରଖି ତୃତୀୟ ସ୍ଥାନ ପାଇଥିବା ବେଳେ ସିପୁନ୍ କହଁର ୫୧୯ ନମ୍ବର ରଖି ୫ମ, ବାଳକୃଷ୍ଣ ପରିଡ଼ା ୫୧୭ ନମ୍ବର ରଖି ୭ମ , ଅନୁପମା ମଲ୍ଲିକ ୫୧୬ ନମ୍ବର ରଖି ୮ମ, ଅରିନ୍ଦମ ନାୟକ ୫୧୧ ନମ୍ବର ରଖି ୯ମ ଓ ଅଞ୍ଜନେୟ ପ୍ରସାଦ ମିଶ୍ର ୫୧୦ ନମ୍ବର ରଖି ଟପ୍ ଟେନ୍ ତାଲିକାର ୧୦ମ ସ୍ଥାନ ପାଇଛନ୍ତି। ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ବିଦ୍ୟାଳୟର ଏଭଳି ସଫଳତା ସର୍ବତ୍ର ଆନନ୍ଦର ଲହରୀ ଖେଳାଇ ଦେଇଛି।