ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ରେ ଜୈବ ବିବିଧତା ସଂରକ୍ଷଣ ସପ୍ତାହ ସମାପ୍ତ
ଗ୍ରୀନବେଲ୍ଟ, ପ୍ରଜାପତି ପାର୍କ ସହ ଜୈବ ବିବିଧତା ସଂରକ୍ଷଣ ପାଇଁ ପ୍ରତିବଦ୍ଧ ଜେଏସଡବ୍ଲ୍ୟୁ
ଭୁବନେଶ୍ୱର, ୨୩/୦୫: ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଜୈବ ବିବିଧତା ସଂରକ୍ଷଣ ସପ୍ତାହ ୨୦୨୬ ସଫଳତାର ସହ ସମାପ୍ତ ହୋଇଯାଇଛି। ପରିବେଶ ସ୍ଥିରତା ଏବଂ ଦାୟିତ୍ୱବାନ ଶିଳ୍ପ ଅଭିବୃଦ୍ଧି ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ କମ୍ପାନୀ ପକ୍ଷରୁ ଗତ ମେ ୧୬ ରୁ ମେ ୨୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଶାସନିକ ଭବନର ଗୁରୁକୁଳ ହଲ୍ଠାରେ ଏହାର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
କମ୍ପାନୀର ପରିବେଶ ପରିଚାଳନା ବିଭାଗ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ସହକାରୀ ବନ ସଂରକ୍ଷକ (Assistant Conservator of Forest) ଶ୍ରୀ ଜ୍ଞାନେନ୍ଦ୍ର ଲିମା। ପ୍ଲାଣ୍ଟ ଅପରେସନ୍ସ ମୁଖ୍ୟ ଶ୍ରୀ ପ୍ରକାଶ ସାପ୍ପା ଏବଂ ହୋଲ୍-ଟାଇମ୍ ଡିରେକ୍ଟର ଓ ସିଇଓ ଶ୍ରୀ ଉମେଶ ରାୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।
ଏହି ସମାରୋହରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ, ଯେପରିକି ଶ୍ରୀ ହିଦେନାରୀ ସୁଜୁକି (VP – Sales & Marketing), ଶ୍ରୀ ମାସାହିରୋ କାୱାକାମି, ଶ୍ରୀ ବିକାଶ ଜୈନ (VP & Zonal Head – Rolling Mills), ଶ୍ରୀ ମନୋଜ ପଟୱାରୀ (VP & Zonal Head – Power Plant, Central Utility, CPT & Environment), ଶ୍ରୀ ଗୋପାଳ ସାହା (VP – Operation Coke Oven) ଏବଂ ଶ୍ରୀ ଜୟ ପ୍ରକାଶ ସିଂ (VP – HR & Admin)।
ସପ୍ତାହବ୍ୟାପୀ ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି। କମ୍ପାନୀ ପକ୍ଷରୁ ଗ୍ରୀନବେଲ୍ଟ ବିକାଶ, ପ୍ରଜାପତି ପାର୍କ ପ୍ରତିଷ୍ଠା, କୃତ୍ରିମ ପକ୍ଷୀ ବସା ସ୍ଥାପନ ଏବଂ ଜଳଜୈବ ବିବିଧତା ରକ୍ଷା ଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି।
ଶିଳ୍ପ ଅଭିବୃଦ୍ଧି ସହ ପରିବେଶର ସନ୍ତୁଳନ ରକ୍ଷା କରି ESG ନିୟମ ଅନୁସାରେ କାର୍ଯ୍ୟ କରିବାକୁ ଏହି ଅବସରରେ କମ୍ପାନୀ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛି। ଶେଷରେ ଧନ୍ୟବାଦ ଅର୍ପଣ ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା।