ଭୁବନେଶ୍ୱର, ୨୫/୦୫: ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର।
ଇସ୍ତଫା ପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି ଯେ, ଯୋଜନାବଦ୍ଧ ଭାବେ ଦଳ ଅଣଦେଖା କରିବା ଅନୁଭବ କରୁଛି। ଦଳ ମୋର ସେବା ଚାହୁଁନି। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲି ବୋଲି କହିଛନ୍ତି।