୨୦୧୨ ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତ ପରିବାରର ସୁରକ୍ଷା ନେଇ ଦିଲ୍ଲୀ ଡିସିପିଙ୍କୁ ଚିଠି ଲେଖିଲେ ମହିଳା କମିଶନ

ନୂଆଦିଲ୍ଲୀ: ଛାୱଲା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତ ପରିବାରର ସୁରକ୍ଷା ନେଇ ଗୁରୁତ୍ୱ ଦେଲେ ଦିଲ୍ଲୀ ମହିଳା କମିଶନ। କାରଣ ନଭେମ୍ବର ୭ ତାରିଖ ଦିନ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମ କୋର୍ଟ। ଅଭିଯୁକ୍ତମାନେ ଖଲାସ ହେବା ପରେ ପୀଡ଼ିତାଙ୍କ ପରିବାରର ସୁରକ୍ଷା ନେଇ ଚିନ୍ତା ବଢିଯାଇଛି।

ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲ ଏନେଇ ଦିଲ୍ଲୀ ଡିସିପି ମୁଖ୍ୟାଳୟକୁ ଚିଠି ଲେଖିଛନ୍ତି। ପୀଡ଼ିତାଙ୍କ ପରିବାରର ସୁରକ୍ଷା ନେଇ କଣ ସୁବ ପଦକ୍ଷେପ ନିଆଯାଇଛି ସେ ନେଇ ସମସ୍ତ ସୂଚନା ଦେବାକୁ ଚିଠି ଲେଖିଛନ୍ତି ସ୍ୱାତୀ। ତା ସହିତ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ମହିଳା କମିଶନ।

ଏନେଇ ସ୍ୱାତୀ ଟ୍ୱିଟ୍ କରି କହିଛନ୍ତି “୨୦୧୨ରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଗଲା। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ପୀଡ଼ିତା ଆଖିରେ ଏସିଡି ପକାଇବା ସହିତ ସମ୍ବେଦନଶୀଳ ଅଙ୍ଗରେ ମଦ ବୋତଲ ପୂରାଇ ଦେଇଥିଲେ। ହେଲେ ଏଥିରେ ଦୁଷ୍କର୍ମାକାରୀର ମନୋବଳ ବଢ଼ିଯିବ।”

ନଭେମ୍ବର ୭ ତାରିଖ ଦିନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଘଟଣାର ତଦନ୍ତକୁ ନେଇ ପ୍ରସ୍ନ ଉଠାଇଥିଲେ। ଏନେଇ କୋର୍ଟ କହିଥିଲେ ଯେ ବିନା ତଥ୍ୟ ପ୍ରମାଣ ଓ ତର୍କରେ ଖାଲି ନୈତିକା ଦୃଷ୍ଟିରୁ କାହାକୁ ଦଣ୍ଡ ଦେଇ ହେବନି। ବରଂ ଉପଯୁକ୍ତ ପ୍ରମାଣ ଓ କଡ଼ାକଡ଼ି ଯାଞ୍ଚ ପରେ ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯାଏ। ଏହି ଦୋଷୀମାନେ ନ୍ୟାୟଯୁକ୍ତ ବିଚାରର ହକ୍ ପାଇନଥିଲେ ଯାହା ତାଙ୍କ ଅଧିକାର ଥିଲା। ଏମାନେ ଅତି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ନେଇ ଅଭିଯୋଗ ହୋଇଥିଲେ ବି ବିନା ପ୍ରମାଣରେ କାହାକୁ ଦଣ୍ଡ ଦେଇ ହେବନି। ତେଣୁ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ପଡ଼ୁଛି ବୋଲି ସୁପ୍ରିମ କୋର୍ଟ କହିଥିଲେ।