କଳାହାଣ୍ଡି, ୨୬/୦୫: ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ।
ସୂଚନା ଅନୁଯାୟୀ, ଛାତ ସେଣ୍ଟ୍ରିଂ ଖୋଲିବା ବେଳେ ଅଚେତ ହୋଇ ପଡ଼ିଯାଇଥିଲେ ଶ୍ରମିକ। ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ମଧ୍ୟରେ ତିନି ଜଣ ମିସ୍ତ୍ରୀ, ଜଣେ ଶ୍ରମିକ, ଘର ମାଲିକ ଓ ମାଲିକଙ୍କ ପୁଅ ରହିଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ଅଚେତ୍ ହୋଇ ପଡ଼ିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ଅନ୍ୟମାନେ। ହେଲେ, ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।