ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଭୀର ଶୋକ ପ୍ରକାଶ ସହ ସମବେଦନା ଜଣାଇଲେ

କଳାହାଣ୍ଡି, ୨୬/୦୫: କଳାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଗଭୀର ଶୋକ ପ୍ରକାଶ ସହ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।

ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ପାଇଖାନା ଛାତ ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମିସ୍ତ୍ରୀ, ଜଣେ ଶ୍ରମିକ, ଘର ମାଲିକ ଓ ମାଲିକଙ୍କ ପୁଅ ରହିଛନ୍ତି।