ଟ୍ରେନ୍ ଉପରେ ପଡ଼ିଲା କ୍ରେନ୍

ପାସେଞ୍ଜର ଟ୍ରେନ୍ ଚଳାଚଳ ବାତିଲ

ନୀଳଗିରି, ୨୮/୦୫: ୨ଟି ମାଲବାହୀ ଟ୍ରେନ୍‌ ଉପରେ ପଡ଼ିଲା କ୍ରେନ୍।ଗୋପୀନାଥପୁର ରେଲୱେ ଷ୍ଟେସନରେ ଘଟିଛି ବଡ଼ ଅଘଟଣ। ଷ୍ଟେସନ ସଂଲଗ୍ନ ସ୍ଲିପର ଫ୍ୟାକ୍ଟ୍ରିରେ ଥିବା କ୍ରେନ୍‌ ଭାଙ୍ଗି ଟ୍ରେନ୍ ଉପରେ ପଡ଼ିଲା। ଅନ୍‌ଲୋଡିଂ ବେଳେ କ୍ରେନ୍ ପଡ଼ିବାରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି। ପ୍ୟାସେଞ୍ଜର ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ଜାରି ରହିଛି ମରାମତି କାର୍ଯ୍ୟ।