ଭୁବନେଶ୍ୱର, ୨୮/୦୫: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସରକାରର ୨ ବର୍ଷ ପାଳନ ଅବସରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। PMOରୁ ଗ୍ରୀନ ସିଗନାଲ ମିଳିଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ABVP ଜାତୀୟ କାର୍ଯ୍ୟକାରୀ ପରିଷଦ ସମାରୋହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି। ୪ ଦିନ ତଳେ ଦିଲ୍ଲୀରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲୁ। ଜୁନ୍ ୧୨, ୨୦ କିମ୍ବା ସେପ୍ଟେମ୍ବର ୧୭ରେ ସମୟ ଦେବାକୁ ଅନୁରୋଧ କରିଛୁ।