ଏଥର ଓଡ଼ିଶାରେ ବର୍ଷା କମ୍, ହିଟ୍ ୱେଭ୍ ଅଧିକ: ଆଇଏମଡି଼ ଡିଜି

ସେପ୍ଟେମ୍ବରରେ ଶକ୍ତିଶାଳୀ ରହିବ ଏଲ୍‌-ନିନୋ

ଭୁବନେଶ୍ୱର, ୨୯/୦୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆଇଏମଡି଼ ଡିଜି କହିଛନ୍ତି, ଜୁନ୍‌ରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ଜୁନ୍‌ରେ ୯୨%ରୁ କମ୍ ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିବ।

ଜୁଲାଇରେ ଏଲ୍‌ନିନୋ ପ୍ରଭାବ ଯୋଗୁଁ ମୌସୁମୀ ବର୍ଷା କମିବ। ଏହାକୁ ପ୍ରତିହତ କରିବାକୁ ଅଗଷ୍ଟ, ସେପ୍ଟେମ୍ବରରେ ସମ୍ଭାବନା ସୃଷ୍ଟି ହୋଇଛି। ଏବେ ଏଲ୍‌-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେପ୍ଟେମ୍ବରରେ ଶକ୍ତିଶାଳୀ ରହିବ ଏଲ୍‌-ନିନୋ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍‌ଓ୍ୱେଭ୍‌ ସତର୍କତା ଜାରି କରାଯାଇଛି। ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ।

ଜୁନ୍‌ରୁ ସେପ୍ଟେମ୍ବର ବର୍ଷା ନେଇ ସୂଚନା ଦେଇ IMD ଡିଜି କହିଛନ୍ତି, ମୌସୁମୀ ବାୟୁ ପ୍ରଭାବରେ ୯୦% ବର୍ଷା ହୋଇପାରେ। ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଉତ୍ତରପୂର୍ବ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ୯୪%ରୁ କମ୍ ବର୍ଷା ହେବ। ଉତ୍ତର-ପଶ୍ଚିମ ଭାରତରେ ୯୨%ରୁ କମ୍ ବର୍ଷା। ହେବ। ଉତ୍ତର-ପଶ୍ଚିମ, ଉତ୍ତର ପୂର୍ବ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।