ଭୁବନେଶ୍ୱର, ୨୯/୦୫: ଆସନ୍ତା କାଲିଠାରୁ ଆରମ୍ଭ ହେବ ଏସଆଇଆର। ଜୁନ ୨୮ ତାରିଖ ଯାଏ ଚାଲିବ SIR ପ୍ରକ୍ରିୟା। SIR ପାଇଁ ୪୫ ହଜାର ୨୫୫ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ କୋଟି ୩୩ ଲକ୍ଷ ୯୯ହଜାର ୫୯୧ ଘର ବୁଲିବେ ବିଏଲଓ। ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ଯାଏ ବୁଥରେ ରହିବେ BLO। ଏ ନେଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ।
ସିଇଓଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ଓଡ଼ିଶାରେ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ଆହୁରି ଅଧିକ ସକ୍ରିୟ ଓ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୁଥ୍ ଲେଭଲ୍ ଅଫିସର (BLO) ମାନେ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ କରିବେ। ଏହି ଅଭିଯାନ ମାଧ୍ୟମରେ ଭୋଟରଙ୍କ ନାମ ଯୋଡ଼ିବା, କଟାଯିବା, ସଂଶୋଧନ କରିବା ଏବଂ ନୂତନ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ବିସ୍ତୃତ ସର୍ଭେ କରାଯିବ।
BLO ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରଙ୍କ ସହିତ ସିଧାସଳଖ ଆଲୋଚନା କରିବେ ଏବଂ ଯଦି କୌଣସି ଭୁଲ ଥିବ, ତାହାକୁ ତୁରନ୍ତ ସଂଶୋଧନ କରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପାଦନ କରାଯିବ।
ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଭୋଟର ତାଲିକାରୁ ଅଣ ଭାରତୀୟ ନାଗରିକଙ୍କ ନାମ ସିଧାସଳଖ ବାଦ୍ ଦିଆଯାଉଛି।
ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ଏରର ବାହାରିଛି; ଯାହାର ସଂଶୋଧନ କରିବେ ବିଏଲ୍ଓ। ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ। ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍ଓଙ୍କୁ ଦେବେ।