ଜୟପୁର, ୨୯/୦୫: ୫୦ କୋଟିର ଠକେଇ ଅଭିଯୋଗରେ ପୋଷ୍ଟମାଷ୍ଟର ନିଲମ୍ବିତ। ଝରିଗାଁ ସବ୍ ପୋଷ୍ଟ ଅଫିସର ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବନ କରିଛନ୍ତି ଡାକ ଅଧୀକ୍ଷକ।
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଗୌରାଙ୍ଗ। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଠକେଇ ହୋଇଥିଲା। ସରକାରୀ ଯୋଜନାର ଡିବିଟି ପାଣ୍ଠିର ଆତ୍ମସାତ ଅଭିଯୋଗ ହୋଇଥିଲା। ଝରିଗାଁ, କୋଡ଼ିଙ୍ଗା ଓ ଡାବୁଗାଁ ପୋଷ୍ଟ ଅଫିସରେ ଠକେଇ ହୋଇଥିଲା। ଏ ନେଇ କୋଡ଼ିଙ୍ଗା ଓ ଡାବୁଗାଁ ପୋଷ୍ଟମାଷ୍ଟରଙ୍କ ବିରୋଧରେ ତଦନ୍ତ ଚାଲିଛି।