ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ
ଜାମିନ ପ୍ରାପ୍ତ କଏଦୀକୁ ଶୁଣାଣି ଦିନ ହିଁ ମୁକ୍ତ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୯/୦୫: ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟକ୍ତିଗତ ସ୍ବାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ନିର୍ଦ୍ଦେଶ ଦେବା ସହ ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜାମିନ ଶୁଣାଣି ଉପରେ ବି କଡ଼ା ଟାଇମ୍ ଲାଇନ୍ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ। ଜାମିନ ଆବେଦନ ଶୁଣାଣି ସେହିଦିନ କିମ୍ବା ପରଦିନ କରାଯାଉ। ଜାମିନ ଶୁଣାଣିର ଆଦେଶ ତୁରନ୍ତ ଜେଲ୍ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜାମିନ ପାଇଥିବା ବିଚାରାଧୀନ କଏଦୀଙ୍କୁ ସେହି ଦିନ ମୁକ୍ତ କରାଯିବା ଉଚିତ୍। ସମସ୍ତ ରାୟ ୨୪ ଘଣ୍ଟାରେ ହାଇକୋର୍ଟ ୱେବସାଇଟ୍ରେ ଅପଲୋଡ୍ ହେବା ଆବଶ୍ୟକ ବୋଲି କହିଛନ୍ତି।
୨୦୨୨ରୁ ଝାଡ଼ଖଣ୍ଡ ହାଇକୋର୍ଟରେ ଲମ୍ବିତ ଏକ ମାମଲାରେ ରାୟ ଓ ଅପଲୋଡ୍ରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ଶୁଣାଣି ବେଳେ ଏହା କହିଛନ୍ତି।