ବେଙ୍ଗାଲୁରୁ, ୩୦/୦୫: ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କଂଗ୍ରେସ ବିଧାୟକ ଦଳ ବୈଠକରେ ଶିବକୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ବିଧିବଦ୍ଧ ଭାବେ ଘୋଷଣା କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବେଣୁଗୋପାଳ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ। ଜୁନ୍ ୩ ତାରିଖରେ ଶପଥ ନେବେ ବୋଲି ସୂଚନା ମିଳିଛି। ଗତ ୨୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦରମୈୟା।