ଭୁବନେଶ୍ୱର, ୩୧/୦୫: ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର। ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ। ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ। ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିବା ସହ ଯୋଜନାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍।
ଲଷ୍ମୀ ବସ୍ରେ ଅର୍ଥ ହେରଫେର ନେଇ AGଙ୍କ ରିପୋର୍ଟରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ। ଗତ ସରକାରରେ ଲକ୍ଷ୍ମୀ ବସ୍ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା। ଏବେ ୧୪୨୨ ବସ୍କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି। ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି। ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।