ନୂଆଦିଲ୍ଲୀ, ୩୧/୦୫: ତୈଳ କଂପାନୀକୁ ବଡ଼ ଆଶ୍ବସ୍ତି ଦେଲେ କେନ୍ଦ୍ର ସରକାର। ପେଟ୍ରୋଲ, ଡିଜେଲ୍, ATF ଉପରୁ ରପ୍ତାନୀ ଶୁଳ୍କ ହ୍ରାସ କଲେ ସରକାର। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଦେଢ଼ ଟଙ୍କା ଓ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫ ଟଙ୍କା ଶୁଳ୍କ ହ୍ରାସ କରାଯାଇଛି।
ବିମାନ ଇନ୍ଧନ ପାଇଁ ଲିଟର ପିଛା ୯.୫ ଟଙ୍କା ରପ୍ତାନି ଶୁଳ୍କ କମିଛି। ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜୁନ୍ ୧ରୁ ଏହି ନୂଆ ନିୟମ ଲାଗୁ ହେବ। ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ହ୍ରାସ ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର।