ଆରସିବି ଆଇପିଏଲ ଚାମ୍ପିଅନ

ଲଗାତାର ଦ୍ବିତୀୟ ଥର ପାଇଁ ଆଇପିଏଲ ଚାମ୍ପିଅନ ହେଲା ଆରସିବି

ଗୁଜରାଟ, ୩୧/୦୫: ଆଇପିଏଲ୍ ୨୦୨୬ ଜିତିଛି ଆରସିବି। ଲଗାତାର ଦ୍ବିତୀୟ ଥର ଚାମ୍ପିୟନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ହରାଇ ଚାମ୍ପିୟନ ହୋଇଛି। ଆସିବି।

ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୫୫ ରନ କରିଥିଲା। ଏହା ପରେ ବିରାଟ କୋହଲିଙ୍କ ୭୫ ରନ ବଳରେ ୧୨ ବଲ ପୂର୍ବରୁ ଜିତିଲା ଆରସିବି। ଗୁଜରାଟକୁ ହରାଇ ଦ୍ବିତୀୟ ଟାଇଟଲ ଜିତିଲା ରଜତ ପଟିଦାରଙ୍କ ଟିମ।

ତୃତୀୟ କ୍ୟାପଟେନ ଭାବେ ପଟିଦାରଙ୍କୁ କ୍ରମାଗତ ଆଇପିଏଲ୍ ଟାଇଟଲ୍ ମିଳିଛି। ୭୭୬ ରନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଅରେଞ୍ଜ କ୍ୟାପ ଓ ୨୯ ୱିକେଟ ସହ କାଗିସୋ ରବାଡାଙ୍କୁ ପର୍ପଲ କ୍ୟାପ୍ ମିଳିଛି।