‘ଦୀଘା’ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ତୁରନ୍ତ ହଟାଇବାକୁ ଘୋଷଣା କଲେ ଶୁଭେନ୍ଦୁ
ଭୁବନେଶ୍ୱର, ୦୯/୦୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ବା ଦୀଘା ଜଗନ୍ନାଥ ଦେବ ମନ୍ଦିର।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ଶୁଭେନ୍ଦୁ ଅଧିକାରୀ ତୁରନ୍ତ ଏହି ଘୋଷଣା କରିଛନ୍ତି।
ଶୁଭେନ୍ଦୁ କହିଛନ୍ତି, ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ତୁରନ୍ତ ‘ଧାମ’ ଶବ୍ଦ ହଟିବ। ଏଥିପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ପଠାଇଛନ୍ତି। ଏଥିପାଇଁ କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ କରାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ।
ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଲେ ପୁରୀ ସାଂସଦ ସମ୍ବିତ ପାତ୍ର। ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି ସମ୍ବିତ। ସୂଚନାଯୋଗ୍ୟ, ସାଂସଦ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଏହି ଘୋଷଣା କରିଥିଲେ ଶୁଭେନ୍ଦୁ ଅଧିକାରୀ।