କଲ୍ୟାଣ ସିଂହପୁର ବ୍ଲକରେ ନୂତନ ବ୍ରାହ୍ମଣ ସମାଜ କମିଟି ଗଠନ

ବହୁ ସଂଖ୍ୟାରେ ବ୍ରାହ୍ମଣ ମାନେ ଉପସ୍ଥିତ ଥିଲେ

କଲ୍ୟାଣ ସିଂହପୁର, ୧୧/୦୬ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପୂର୍ବ ବ୍ରାହ୍ମଣ ସମାଜ ଇସ୍ତଫା ଦେବା ପରେ ନୂତନ କମିଟି ଗଠନ କରାଯାଇଛି। ଏଥିରେ ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷାତାରେ ସମାଜ ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ନତିକ୍ରମେ ରମାକାନ୍ତ ପରିଚ୍ଛାଙ୍କୁ ସଭାପତି, ବଳଭଦ୍ର ତ୍ରିପାଠୀଙ୍କୁ ଉପସଭାପତି, ନରସିଂହ ନାଥ ମହାପାତ୍ରଙ୍କୁ ସମ୍ପାଦକ, କିଶୋର ଚନ୍ଦ୍ର ପାଢ଼ୀଙ୍କୁ ସହ ସମ୍ପାଦକ, କୋଷାଧକ୍ଷ ଭାବେ ସୁରେଶ କୁମାର ପାଢ଼ୀଙ୍କୁ ଚୟନ କରାଯାଇଥିବା ବେଳେ ସଦସ୍ୟ ଭାବେ ଶ୍ରୀନିବାସ ଚୌଧୁରୀ, ନରସିଂହ ପାଢ଼ୀ, ବସନ୍ତ କୁମାର ଖାଡ଼ଙ୍ଗା, ନରସିଂହ ସାହୁ, ଭେଙ୍କଟେଶ୍ୱର ପାଢ଼ୀ, ଅଶ୍ୱିନୀ କୁମାର ମହାପାତ୍ର, ଭୁବନେଶ୍ୱର ତ୍ରିପାଠୀ, ଅରୁଣ ମୁନୀ ରହିଛନ୍ତି। ଉପଦେଷ୍ଟା ଭାବେ ଶରତ ଚନ୍ଦ୍ର ପାଢ଼ୀ, ମନୋଜ କୁମାର ତ୍ରିପାଠୀ ଓ ସତ୍ୟନାରାୟଣ ତ୍ରିପାଠୀ ରହିଛନ୍ତି। ଏଥିରେ ସମାଜ କିପରି ସୁଦୃଢ ହେବ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ଅର୍ଥ ଆଦାୟ, ପ୍ରତ୍ୟେକ ମାସରେ ବୈଠକ କରିବା, ପ୍ରତ୍ୟେକ ପରିବାରର ଭଲ ମନ୍ଦ କାର୍ଯ୍ୟରେ ଠିଆ ହୋଇ ସହଯୋଗର ହାତ ବଢାଇବା। ବ୍ରାହ୍ମଣ ସମାଜ ନିମନ୍ତେ ଗୃହ ବ୍ୟବସ୍ଥା କରିବା ବିଷୟରେ ଆଲୋଚନା କରାଯାଇଛି। ବୈଠକ ପୂର୍ବରୁ ଚନ୍ଦନ ଗ୍ରହଣ, ମନ୍ତ୍ର ପାଠ, ଶୋକ ସଭା, ପୂର୍ବପାଠର ବିବରଣୀ ପଠନ ପରେ କମିଟି ଭାଙ୍ଗି ନୂତନ କମିଟି ଗଠନ କରାଯାଇଛି। ଶେଷରେ ନୂତନ ସଭାପତି ରମାକାନ୍ତ ପରିଚ୍ଛା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ବହୁ ସଂଖ୍ୟାରେ ବ୍ରାହ୍ମଣ ମାନେ ଉପସ୍ଥିତ ରହିଥିଲେ।