ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାର ଯୋଗୁଁ ଥାନା ସମ୍ମୁଖରେ ଉତ୍ତେଜନା

ଶେଷରେ ଭୁଲ ମାଗିଲେ ଥାନା ଅଧିକାରିଣୀ

କଲ୍ୟାଣସିଂହପୁର, ୧୧/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଶିକରପାଇ ଠାରେ ଥାନା ଅଧିକାରିଣୀଙ୍କ ଦୁବ୍ୟବହାରରେ ଯୋଗୁଁ ଥାନା ସମ୍ମୁଖରେ ଉତ୍ତେଜନା କଲେ ଲୋକେ। ଥାନା ଅଧିକାରିଣୀ କଳ୍ପନା ବେହେରା ଦୁବ୍ୟବହାର

କରୁଥିବା ଅଭିଯୋଗ କରି ଥାନା ସାମ୍ନାରେ ସିକରପାଇ ଗାଁ ଲୋକେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି। ସିକରପାଇ ଗାଁ ଲୋକେ ଗୁରୁବାର ରାତ୍ରରେ ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ବେଳେ ରାୟଗଡ଼ା ଏସଡିପିଓ ଗୌର ହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ସିକରପାଇ ଠାରେ ରେଳ ବିଭାଗ ତରଫରୁ ହେଉଥିବା କାମ ଯୋଗୁଁ ଗାଁ ଦେଇ ଗାଡିଗୁଡିକ ଯାଉଥିବାରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଧୂଳି ଉଡ଼ିବା ସହ ରାସ୍ତା ଜାମ୍ ହୋଇଥିବାରୁ ଲୋକେ ରାସ୍ତା ଉପରେ ପାଣି ପକାଇବା ପାଇଁ କହିଥିଲେ। ଏହାକୁ ନେଇ କିଛି ଗାଡିକୁ ଲୋକମାନେ ଅଟକାଇ ଥିଲେ। ଏହା ପରେ ପୋଲିସ୍ ଅଧିକାରୀ କଳ୍ପନା ବେହେରା ପହଞ୍ଚି ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଶିକରପାଇ ଲୋକେ ଥାନା ସାମ୍ନାରେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି। ଏହି ବିଷୟକୁ ନେଇ ଏସଡିପିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।