ଭୁବନେଶ୍ୱର, ୧୨/୦୬: ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଆଜି ଉତ୍ତର ଓଡ଼ିଶା ପଟୁ ମୌସୁମୀ ବାୟୁ ପ୍ରବେଶ କରିଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମୌସୁମୀ ଆସିବା ଯୋଗୁଁ ଆଶ୍ୱସ୍ତି ମିଳିଛି। ପାରାଦୀପ ଓ ବାରିପଦା ମଧ୍ୟ ଦେଇ ମୌସୁମୀ ପ୍ରବେଶ କରୁଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ଏଥି ସହ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ବଜ୍ରପାତ ଓ ପବନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବଜ୍ରପାତ ଓ ଝଡ଼ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୪୦-୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।