ନୂଆଦିଲ୍ଲୀ, ୧୩/୦୬: ଦେଶର ୩୩ IPS ଅଧିକାରୀ DG ଓ DG ସମକକ୍ଷ ପଦବୀ ପାଇଁ ମନୋନୀତ ହୋଇଛନ୍ତି। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। ମନୋନୀତ IPS ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା କ୍ୟାଡରର ୨ ଜଣ ଆଇପିଏସ୍ ଅଧିକାରୀ। ଓଡ଼ିଶା କ୍ୟାଡର ୨ ଅଧିକାରୀ ହେଲେ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ ଓ ୧୯୯୫ ବ୍ୟାଚର ପିଏସ୍. ରଣପିସେ।
