ଗଣପର୍ବ ‘ରଜ’ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ରାଜ୍ୟବାସୀଙ୍କ ସମୃଦ୍ଧ କାମନା କଲେ

ନୂଆଦିଲ୍ଲୀ, ୧୪/୦୬: ଓଡ଼ିଶାର ଗଣପର୍ବ ‘ରଜ’ ଉପଲକ୍ଷେ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି କହିଛନ୍ତି, ବର୍ଷାଋତୁର ଏହି ଆବାହନୀ ଉତ୍ସବ ମାଟି, ମା ଓ ମେଘକୁ ସମ୍ମାନ ଜଣାଇ ପାଳନ କରାଯାଏ। ପିଠା, ପାନ ଓ ଦୋଳି ଖେଳର ଆସର ଭିତରେ ରଜ ଆମକୁ ପ୍ରକୃତି ସହିତ ମିଳିମିଶି ରହିବାର ବାର୍ତ୍ତା ଦେଇଥାଏ। ରଜ ପର୍ବର ଏହି ବିଶେଷତ୍ଵ ଆମକୁ ଦେଶ-ବିକାଶରେ ବ୍ରତୀ ହେବା ପାଇଁ ପ୍ରେରଣା ଦେବ ବୋଲି ମୋର ଆଶା। ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି।