ସୁନାବେଡ଼ା ଅଭୟାରଣ୍ୟରେ ଅଘଟଣ, ଗୋଧସ ଜଳପ୍ରପାତ ଉପରୁ ଡେଇଁ ଯୁବକ ନିଖୋଜ

ନୂଆପଡା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଗୋଧସ ଜଳପ୍ରପାତରେ ପୁଣି ଅଘଟଣ । ଜଳପ୍ରପାତ ଉପରୁ ଡେଇଁ ଯୁବକ ନିଖୋଜ । ମାଓ ଅଧ୍ୟୁଷିତ ଅଞ୍ଚଳ ସହ ରାତି ହୋଇ ଥିବାରୁ ଘଟଣାସ୍ଥଳରେ ପହଞ୍ଚି ପାରିନି ଅଗ୍ନିଶମ ବିଭାଗ । ଯୁବକ ଜଣକ ନୂଆପଡା ଥାନା ଗୋଡଫୁଲା ଗ୍ରାମର ରାମ କିଶନ ରାଉତ ବୋଲି ଜଣା ପଡୁଛି । ଭୋଜି ଖାଇ ସାରିବା ପରେ ଡେଇଁ ପଡିଥିବା ବେଳେ କାହିଁକି ଏଭଳି କାଣ୍ଡ କଲେ ସ୍ପଷ୍ଟ ହୋଇ ପାରିନାହିଁ ।