ହାଇଟେକ୍ ରେ ବିଶ୍ବ ବରିଷ୍ଠ ନାଗରିକ ନିର୍ଯାତନା ପ୍ରତିରୋଧ ସଚେତନତା ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ସମ୍ମାନ, ପରିବାରର ସଂସ୍କାରକୁ ବୁଝାଇଥାଏ: ଡ଼ଃ ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର, ୧୬/୦୬: ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଭୁବନେଶ୍ବର ଏବଂ ହାଇ-ଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ “ବିଶ୍ବ ବରିଷ୍ଠ ନାଗରିକ ନିର୍ଯାତନା ପ୍ରତିରୋଧ ସଚେତନତା ଦିବସ” ସଫଳତାର ସହ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁନ୍ ୧୫ ତାରିଖରେ ଏହି ଦିବସ ସାରା ବିଶ୍ବରେ ପାଳିତ ହେଉଛି | ଚଳିତ ବର୍ଷ ଏହି ଦିବସର ମୁଖ୍ୟ ଆଭିମୁଖ୍ୟ ବା ବିଷୟବସ୍ତୁ ଥିଲା କେବଳ ସଚେତନତା ନୁହେଁ, ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ନିର୍ଯାତନା ରୋକିବା ପାଇଁ ପ୍ରକୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓଡିଶା ବରିଷ୍ଠ ନାଗରିକ ଫେଡେରେସନ୍‌ର ଅଧ୍ଯକ୍ଷ ମଧୁମାଧବ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନୋଶ୍ଵର ସାଂସଦ ଅପରାଜିତା ଷଢଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବରିଷ୍ଠ ନାଗରିକ ସମାଜର ପଥପ୍ରଦର୍ଶକ, ସେମାନଙ୍କୁ ଅବହେଳା ଅର୍ଥ ସମାଜକୁ ଅବହେଳା ବୋଲି କହିଥିଲେ | ହାଇଟେକ୍ ଗ୍ରୁପର ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ବରିଷ୍ଠ ନାଗରିକଙ୍କ ସମ୍ମାନ, ପରିବାରର ସଂସ୍କାରକୁ ବୁଝାଇଥାଏ ବୋଲି କହିଥିଲେ I ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ସମାଜରେ ବ୍ୟାପକ ସଚେତନ‌ତା ସୃଷ୍ଟି କରିବା ପାଇଁ ‘ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ’ ଏବଂ ‘ହାଇ-ଟେକ୍ ମେଡିକାଲ କଲେଜ’ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସମାଜରେ ବୃଦ୍ଧବୃଦ୍ଧାମାନଙ୍କ ପ୍ରତି ବଢୁଥିବା ଅବହେଳା ଓ ନିର୍ଯାତନାକୁ କିପରି ରୋକାଯାଇପାରିବ ଏବଂ ସେମାନଙ୍କୁ ଏକ ସୁରକ୍ଷିତ ତଥା ସମ୍ମାନଜନକ ଜୀବନ ପ୍ରଦାନ କରାଯାଇପାରିବ, ସେ ନେଇ ଉପସ୍ଥିତ ବୁଦ୍ଧିଜୀବୀ ଓ ସଦସ୍ୟମାନେ ନିଜର ମତ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଡାକ୍ତର ଶ୍ଵେତାଙ୍କ ଦାଶ,ଡାକ୍ତର ସଙ୍ଗୀତା ଅଗ୍ରୱାଲ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରୁଦ୍ର ସାମନ୍ତରାୟ, ଯୁଗଳ କିଶୋର ଦାଶ ପ୍ରମୁଖ ଯୋଗଦେଇଥିଲେ।