କେନ୍ଦ୍ରାପଡ଼ା, ୧୬/୦୬: କେନ୍ଦ୍ରାପଡ଼ାରେ ଲଜ୍ଜ୍ୟା। ଜଣେ ଅଣଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ସୋମବାର ରାତିରେ ମାରଣାସ୍ତ୍ର ଦେଖାଇ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପରିବାର ଲୋକେ ଥାନାରେ ଏତଲା କରିବା ପରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ।
ସୂଚନାଯୋଗ୍ୟ, ଛତିଶଗଡ଼ରୁ ଏକ ପରିବାର ଆସି ବୁଲା ବିକାଳି ଭାବେ ରହୁଥିଲେ। ବିଳମ୍ବିତ ରାତିରେ କିଛି ଦୃବୁର୍ତ୍ତ ଉଠାଇ ନେଇ ଜଜାଙ୍ଗ ଛକ ନିକଟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ।