ଟି-୨୦ ବିଶ୍ୱକପ ଜିତିଲା ଇଂଲଣ୍ଡ

ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜେତା ବନିଛି । ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଫଳରେ ୨୦୨୨ ଟି-୨୦ ବିଶ୍ୱକପ ତାର ଚାମ୍ପିୟନ ଦଳକୁ ପାଇ ପାରିଛି । ଆଜିର ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଲଢୁଆ ପାଳି ଖେଳିଥିଲେ । ଫଳରେ ପାକିସ୍ତାନ ଟିମର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଯାଇଛି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଇଂଲଣ୍ଡ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ପାକିସ୍ତାନୀ ବ୍ୟାଟର । ସାମ କୁରାନ, ଆଦିଲ ରସିଦ, କ୍ରିସ ଜୋର୍ଡାନଙ୍କ ବୋଲିଂରେ ମାତ୍ର ୧୩୭ ରନରେ ସୀମିତ ରହିଥିଲେ ପାକିସ୍ତାନ ଦଳ । ଦଳ ପକ୍ଷରୁ ବାବର ଆଜମ ୩୨ ରନ କରିଥିଲା ବେଳେ ମାସୁଦ ୩୮ ରନ କରିଥିଲେ ।