ସକାଳୁଆ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

୩ ଦିନ ସକାଳୁଆ ପାଠପଢ଼ା ହେବ

ନୂଆପଡ଼ା, ୧୭/୦୬: ରାଜ୍ୟରେ ହିଟ୍ ୱେଭ୍ ରେ ହନ୍ତସନ୍ତ ରାଜ୍ୟବାସୀ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ। ଏହାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାରେ ଜୁନ୍ ୧୮ରୁ ୨୦ ତାରିଖ ଯାଏଁ ସକାଳୁଆ ସ୍କୁଲ୍‌ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ସକାଳ ସାଢ଼େ ୬ରୁ ସାଢ଼େ ୧୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌।

ସୂଚନାଯୋଗ୍ୟ, ସୁବର୍ଣ୍ଣପୁରରେ ସ୍କୁଲ ଛୁଟି ଅବଧି ୨୦ ତାରିଖ ବଢ଼ିଥିବା ବେଳେ ଅନୁଗୁଳରେ ଆସନ୍ତା ୨୨ରୁ ପାଠପଢ଼ା ଆରମ୍ଭ ହେବ।