ଏହି ଜିଲ୍ଲାରେ ୨୨ରୁ ଆରମ୍ଭ ହେବ ସ୍କୁଲରେ ପାଠପଢ଼ା

ଛୁଟି ଅବଧି ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲେ ଡିଇଓ

ଅନୁଗୁଳ, ୧୭/୦୬: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜୁନ ୧୮ରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ, ଏବେ ବି ଅନେକ ଜିଲ୍ଲାରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି। ଯେଉଁଥିପାଇଁ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ସ୍କୁଲ ଛୁଟି ଅବଧି ବଢାଇଥିବା ବେଳେ ଏବେ ଅନୁଗୁଳ ଜିଲ୍ଲାରେ ବଢ଼ିଛି ଗ୍ରୀଷ୍ମଛୁଟି ଅବଧି।

ଆସନ୍ତା ୨୦ ତାରିଖ ଯାଏଁ ଗ୍ରୀଷ୍ମଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ। ଜୁନ୍ ୨୨ ତାରିଖରେ ଅନୁଗୁଳରେ ଖୋଲିବ ସ୍କୁଲ। ଛୁଟି ଅବଧି ବୃଦ୍ଧି ନେଇ ଅନୁଗୁଳ DEO ବିଜ୍ଞପ୍ତି ଜାରି କରିଛନ୍ତି।