ହଣ୍ଡପା ଜଙ୍ଗଲରେ ଫୁଟିଲା ଗୁଳି: ପୋଲିସର ଡବଲ ଏନକାଉଣ୍ଟର

ଚକମା ଦେଖାଇ ଫେରାର ମାରିଲେ ଅନ୍ୟ ଦୁଇ ଅପରାଧୀ

ଅନୁଗୋଳ, ୧୮/୦୬: ଅନୁଗୁଳରେ ଡବଲ୍ ଏନକାଉଣ୍ଟର। ସୁନା ଲୁଟେରାଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ। ପୋଲିସ୍‌ ଗୁଳିରେ ୨ ସୁନା ଲୁଟେରା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଦୁଇ ଲୁଟେରା ହେଉଛନ୍ତି ସଚିନ୍‌ ଗେଜ୍‌ଗେ ଓ ପ୍ରକାଶ ମାଦନେ। ଉଭୟଙ୍କର ଘର ମହାରାଷ୍ଟ୍ରରେ। ଗତ କାଲି ତାଳଚେରର ଏକ ଜୁଏଲାରୀରୁ ସେମାନେ ଚୋରି କରିଥିଲେ। ପ୍ରାୟ ୨୫୦ ଗ୍ରାମ୍‌ ସୁନା ଓ ୭୦୦ ଗ୍ରାମ ରୁପା ଲୁଟ୍ ପରେ ଫେରାର୍‌ ହୋଇଥିଲେ। ୨ ଲୁଟେରାଙ୍କୁ କାବୁ ବେଳେ ଗୁଳି ବିନିମୟ ହୋଇଥିଲା।

ଅପରାଧୀଙ୍କୁ ପିଛା କରୁଥିବା ବେଳେ ହଣ୍ଡପା ଜଙ୍ଗଲରେ ସେମାନେ ପୋଲିସ୍‌ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପୋଲିସର ପାଲଟା ଗୁଳିରେ ସେମାନେ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ଅପରାଧୀ ଫେରାର ହୋଇଯାଇଥିବା ବେଳେ ୨ଟି ପିସ୍ତଲ ଜବତ କରିଛି ପୋଲିସ।