ଏୟାରପୋର୍ଟରୁ ଜବତ ହେଲା ୬୧ କେଜିର ସୁନା

ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୩୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା। ଏୟାରପୋର୍ଟ କଷ୍ଟମ ଡିପାର୍ଟମେଣ୍ଟ ଶୁକ୍ରବାର ୬୧ କେଜିର ସୁନା ଜବତ କରିଛି। ଯାହାର ମୂଲ୍ୟ ୩୨ କୋଟି । ଏହା ସହ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷ ଥିବାବେଳେ ୨ ମହିଳା ରହିଛନ୍ତି। ଏହା ମୁମ୍ବାଇ ଏୟାରପୋର୍ଟ ଇତିହାସରେ ଗୋଟିଏ ଦିନରେ ସବୁଠୁ ଅଧିକ ଜବତ ।

ଗିରଫଙ୍କ ମଧ୍ୟରେ ଚାରିଜଣ ବ୍ୟକ୍ତି ତାଞ୍ଜାନିଆରୁ ଫେରୁଥିବା ତିନି ଭାରତୀୟଙ୍କ ଠାରୁ ୧ କେଜି ବାର୍‌ର ୫୩ କେଜିର ସୁନା ଜବତ ହୋଇଛି। ସେହିପରି ୨ ଯାତ୍ରୀଙ୍କଠାରୁ ୧୪ କେଜି। ଆଉ ଦୁଇ ଯାତ୍ରୀଙ୍କ ଠାରୁ ଯଥାକ୍ରମେ ୧୨ ଏବଂ ୧୩ କେଜିର ସୁନା ଜବତ ହୋଇଥିଲା। ଯାହାର ମୂଲ୍ୟ ୨୮.୧୭ କୋଟି ।

ସୂଚନା ଅନୁଯାୟୀ, ଦୋହାରୁ ମୁମ୍ବାଇ ଆସିଥିବା କତାର ଏୟାରଓ୍ବେଜ୍‌ର ଫ୍ଲାଇଟ୍ ନମ୍ବର କ୍ୟୁଆର୍-୫୫୬ ବିମାନରେ ଏହି ଯାତ୍ରୀ ଯାତ୍ରା କରୁଥିଲେ। ତେବେ ଗିରଫ ପରେ ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।