ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

୨,୦୦୦ ବର୍ଗଫୁଟ ଜମିର ଅଗ୍ରୀମ ଦଖଲ BSNLକୁ ଦିଆଯିବ

ଭୁବନେଶ୍ୱର, ୧୮/୦୬: ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ବସିବ ୪ଜି ଟାୱାର। ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ACS। ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍‌ ସଂଯୋଗ ସୁଦୃଢ଼ ପାଇଁ ଏହି ପଦକ୍ଷେପ ନିଆଯାଇଛି।

୨୪ ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ଟାୱାର ପାଇଁ ଆବଶ୍ୟକ ସରକାରୀ ଜମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨,୦୦୦ ବର୍ଗଫୁଟ ଜମିର ଅଗ୍ରୀମ ଦଖଲ BSNLକୁ ଦିଆଯିବ। ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ ଜାରି ପାଇଁ ନିର୍ଦ୍ଦେଶ ରହିଛି।

୭୦୭ଟି ସ୍ଥାନରେ ଜମି ବଣ୍ଟନ ହେଲେ ଟାୱାର ନିର୍ମାଣ ହେବ। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି।