ତେଲକୋଇ, ୧୮/୦୬: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ତେବେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମୟୁରଭଞ୍ଜ ଯାଉଥିବା ବେଳେ NH-୪୯ ନିକଟ ଜଗମୋହନପୁରରେ ଘଟିଛି ଦୁର୍ଘଟଣା।
ଆଗରେ ଥିବା ପାଇଲଟ ଗାଡ଼ି ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୁରଭଞ୍ଜ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ।