ବୌଦ୍ଧ, ୧୯/୦୬: SIR କାମରେ ନିୟୋଜିତ ପ୍ରଧାନ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୟନ ସାହୁଙ୍କ ମୃତ୍ୟୁ ହୋଇଛି। ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସୂଚନାଯୋଗ୍ୟ, SIR କାମରେ BLO ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ପ୍ରଧାନ ଶିକ୍ଷକ ଶୟନ ସାହୁ। ହେଲେ SIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଏପରିକି ଦାୟିତ୍ୱରେ ଅବହେଳା ପାଇଁ ସସପେଣ୍ଡ୍ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୁଅ।