ଭୁବନେଶ୍ୱର, ୧୯/୦୬: ଚଳିତ ଶିକ୍ଷା ବର୍ଷ ପାଇଁ UG ସିଟ୍ ସଂଖ୍ୟା ବଢ଼ାଇଲା ଉଚ୍ଚଶିକ୍ଷା ବିଭାଗ। ବିଭିନ୍ନ କଲେଜରେ ବଢ଼ିଲା ମୋଟ୍ ୧୦ ହଜାର ୩୭୨ ସିଟ୍। ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ହୋଇଥିବାରୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ।
ସରକାରୀ କଲେଜରେ ୪୬୮୪ ସିଟ୍, ୪୮୮ ବର୍ଗ କଲେଜରେ ୩୪୧୬ ସିଟ୍ ବୃଦ୍ଧି ପାଇଥିବା ବେଳେ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜରେ ବଢ଼ିଲା ୧ ହଜାର ୫୬ ସିଟ୍। ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିରେ ବଢ଼ିଲା ୧୨୧୬ ସିଟ୍।