ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

୧୪ ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ

କଲ୍ୟାଣସିଂହପୁର, ୧୯/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକନାରାୟଣପୁର ପଞ୍ଚାୟତ ସରକାରୀ କୃଷି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ଧାରା ବିକାଶ ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଶା ସରକାରଙ୍କ ବିକାଶର ଧାରା, ଓଡିଶା ସାରା ଦୁଇବର୍ଷ ପୂର୍ତ୍ତି ଅବସରରେ ଉକ୍ତ କର୍ମଶାଳାରେ ବିଧାୟକ ପ୍ରତିନିଧି ବାଲାରାଓ କାଡ୍ରାକା, ବ୍ଲକ କୃଷକ ମୋର୍ଚ୍ଚାର ସଂଯୋଜକ ରାମାରାଓ କାଡ୍ରାକା, ବିଜେପି କ ଜୋନର ସଭାପତି ଅଜିତ ପାଣିଗ୍ରାହୀ, କୃଷକ ଉପଦେଷ୍ଟା ମଣ୍ଡଳୀର ସଭାପତି ବନମାଳି କାଡ୍ରାକା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଗୋଷ୍ଠୀ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ ପ୍ରାକୃତିକ ପ୍ରଗତିଶୀଳ କୃଷି ଉପରେ ଆଲୋଚନା କରିଥିଲେ। ବ୍ଲକର ଗୋଷ୍ଠୀ ପଶୁ ସମ୍ପଦ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ସହକାରୀ କୃଷି ଯନ୍ତ୍ରୀ, ଉଦ୍ୟାନ କୃଷି, ଅଧିଦର୍ଶକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ହୋଇଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ। ଏଥିରେ ବ୍ଲକର ୧୪ଗୋଟି ପଞ୍ଚାୟତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହିଥିଲେ।