ରାଇରଙ୍ଗପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟର ଓ ମାଗଣା ସ୍ବାସ୍ଥ୍ୟ ଶିବିରର ଉଦଘାଟନ କଲେ ରାଷ୍ଟ୍ରପତି
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦଘାଟିତ
ରାଇରଙ୍ଗପୁର, ୧୯/୦୬: ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସର ସାଟେଲାଇଟ୍ ସେଣ୍ଟର ଓ ମାଗଣା ସ୍ବାସ୍ଥ୍ୟ ଶିବିରର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି। ଉଦଘାଟନ ଅବସରରେ ସେ ଡାକ୍ତର ଓ ରୋଗୀଙ୍କ ସହ ଆଲୋଚନା କରିଛନ୍ତି।
ଏମ୍ସ ଭୁବନେଶ୍ୱରର ସହାଭାଗିତାରେ ଆୟୋଜିତ ହୋଇଛି ଏହି ମାଗଣା ସ୍ୱାସ୍ଥ୍ୟ ଶିବିର। ଏହାର ଶୁଭାରମ୍ଭ ଅବସରରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜ୍ୟପାଳ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଇରଙ୍ଗପୁର ଠାରେ ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ।
