କଲ୍ୟାଣସିଂହପୁର, ୧୯/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଅଲଣ୍ଡା କଲଭେଟ ଠାରେ ପୋଡ଼ କୁ ଧକ୍କା ଦେଇ ଦୁଇ ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ଦୁଇ ସାଙ୍ଗ କାହ୍ନା ଦଣ୍ଡସେନା ଓ ଚରଣ ତିଆକା ଏକ ବାଇକରେ କ୍ରୀଷ୍ଣାପାତ୍ରଗୁଡା ବାଙ୍କକୁ ପେଟ୍ରୋଲ ପକାଇବା ପାଇଁ ଆସି ଫେରୁଥିବା ବେଳେ ଅଲଣ୍ଡା ଛକ ନିକଟ କଲଭେଟ ଠାରେ ଅନ୍ଧାର ହୋଇଥିବା ଯୋଗୁଁ ପୋଢ଼କୁ ଧକ୍କା ଦେଇ ଫିଙ୍ଗି ହୋଇଥିଲେ। ଏହାକୁ ସ୍ଥାନୀୟ ଲୋକେ ଦେଖି ରୋଗୀବୁହା ଗାଡିକୁ ଯୋଗାଯୋଗ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡକ୍ଟର ଆଶିଷ ମେହେର ପ୍ରାଥମିକ ଚିକିତ୍ସା କରି ଚରଣ ତିଆକା ଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଉକ୍ତ ଦୁଇ ଯୁବକର ଘର ରାୟଗଡା ପିତାମହଲ ପାଇକସାହି ର କାହ୍ନା ଦଣ୍ଡସେନା ଓ କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡା ର ଚରଣ ତିଆକା ବୋଲି ଜଣାଅଡ଼ିଛି। କାହ୍ନା ବୁଡାଗୁଡା କୁଣିଆ ଘରକୁ ଆସି ରହିଥିବା ଜଣାପଡିଛି।
Next Post