ଟିପିସିଓଡିଏଲ ର “ମିଶନ ଚକାନୟନ-୨୦୨୬’

ରଥଯାତ୍ରା ପାଇଁ ସୁଦୃଢ଼ ହେଲା ବିଦ୍ୟୁତ ନେଟୱର୍କ

ପୁରୀ, ୦୪/୦୭: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କରାଯାଉଥିବା ବ୍ୟାପକ ପ୍ରସ୍ତୁତିର ଅଂଶସ୍ୱରୂପ, ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଦିନିକିଆ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଅଭିଯାନ ‘ମିଶନ ଚକାନୟନ-୨୦୨୬’ ସଫଳତାର ସହ ଶେଷ ହୋଇଛି ।

ଭୁବନେଶ୍ୱର-୨ ସର୍କଲ୍ ଅଧୀନରେ ଥିବା ପୁରୀ, ଖୋର୍ଦ୍ଧା, ବାଲୁଗାଁ ଓ ନୟାଗଡ଼ ଡିଭିଜନରେ ପ୍ରାୟ ୪୦୦ କର୍ମଚାରୀ ଓ ବିଶେଷଜ୍ଞ ଦଳଙ୍କ ସହାୟତାରେ ଏହି ମିଶନ ପୁରୀ ସହର ଏବଂ ଏହାକୁ ସଂଯୋଗ କରୁଥିବା ପ୍ରମୁଖ ବିଦ୍ୟୁତ କରିଡରଗୁଡ଼ିକରେ କାର୍ଯ୍ୟକାରୀ କରାଯାଇଥିଲା ।

ଏହି ଅଭିଯାନରେ ୩୩ କେଭି, ୧୧ କେଭି ଓ ଏଲ୍‌‌ଟି ନେଟୱର୍କର ରକ୍ଷଣାବେକ୍ଷଣ, ଗଛର ଡାଳ କାଟିବା, ତାର ସଂଯୋଗୀକରଣ କରିବା, ହଟ୍‌‌ସ୍ପଟ୍ ସ୍ଥାନ ଗୁଡିକ ଠିକ୍ କରିବା, ବଜ୍ରପାତରୁ ରକ୍ଷା କରିବା ପାଇଁ ଲାଇଟନିଂ ଆରେଷ୍ଟର ଲଗାଇବା ସହ ପୁରୀ ଓ ଏହାର ଆଖପାଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଥିବା ପ୍ରାଥମିକ ସବ୍‌-ଷ୍ଟେସନ ଏବଂ ଟ୍ରାନ୍ସଫର୍ମରଗୁଡ଼ିକର ମରାମତି କରାଯାଇଛି ।

‘ମିଶନ ଚକାନୟନ-୨୦୨୬’ର ସଫଳ ସମାପ୍ତ ସହ, ଟିପିସିଓଡିଏଲ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ, ଭରସାଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଜର ବିଦ୍ୟୁତ ବିତରଣ ନେଟୱର୍କ ଓ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି ।