ଭୁବନେଶ୍ୱର, ୦୯/୦୭: ରାଜ୍ୟ ସରକାରଙ୍କ ଫୋକସ୍ରେ ଗାଁ। ସେତୁ ବନ୍ଧନ ଯୋଜନା ଓ ବ୍ରିଜ୍ କମ୍ ଓ୍ୱେୟାର ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ୨ ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୨,୪୦୦ କୋଟି ଟଙ୍କା।
ସେତୁ ବନ୍ଧନ ଯୋଜନାରେ ଗାଁକୁ ସବୁଦିନିଆ ରାସ୍ତା ତିଆରି ହେବ। ୧୧,୮୦୦ କୋଟିରେ ୩ ହଜାର ୧୬୭ଟି ସେତୁ ନିର୍ମାଣ ଲକ୍ଷ୍ୟ ରହିଛି। ୧୪୧୭ଟି ପୁରୁଣା ତଥା ଅଧପନ୍ତରିଆ ସେତୁ ସମ୍ପୂର୍ଣ୍ଣ କରାଯିବ। ପ୍ରତିବର୍ଷ ୩୫୦ଟି ହିସାବରେ ମୋଟ ୧୭୫୦ଟି ନୂଆ ସେତୁ ହେବ।
`ବ୍ରିଜ କମ୍ ଓ୍ୱେୟାର’ ଯୋଜନାରେ ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା। ଏହି ଯୋଜନାରେ ଗାଁରେ ଥିବା ନଦୀ ଓ ନାଳଗୁଡ଼ିକରେ ସେତୁ ନିର୍ମାଣ ହେବ। ପର୍ଯ୍ୟାପ୍ତ ବର୍ଷା ଜଳ ଅଟକାଇ ଆନିକଟ ବ୍ୟବସ୍ଥା କରାଯିବ। ମୋଟ ୬୭୦ଟି ବ୍ରିଜ୍-କମ୍-ୱେୟାର ପ୍ରକଳ୍ପ ହାତକୁ ନିଆଯାଇଛି।