ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ

୨୦୨୭ ଜନଗଣନା ପରେ ବିଜ୍ଞପ୍ତି ବାହାରିବ

ଭୁବନେଶ୍ୱର, ୦୯/୦୭: ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ। ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ସନ୍ତୋଷ କୁମାର ଦାସ।

ସଚିବ କହିଛନ୍ତି, SIR କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ।‌ ତେଣୁ ତା ପରେ ବର୍ଷା ପୂର୍ବରୁ ନିର୍ବାଚନ ହେବ। ୨୦୨୭ ଜନଗଣନା ପରେ ଏପ୍ରିଲରେ ବିଜ୍ଞପ୍ତି ବାହାରିବ। ଜୁନ ସୁଦ୍ଧା ନିର୍ବାଚନ ସାରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପଞ୍ଚାୟତ, ପୌର ନିର୍ବାଚନ ପାଇଁ RDC ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି। ଆସନ୍ତା ୨୧ ତାରିଖରେ ପୁଣି ରୁଟିନ୍ ବୈଠକ ହେବ। ଏଥର ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବା ବୁଥ୍ ରହିଛି।

ପୂର୍ବରୁ ପ୍ରାୟତଃ ଫେବ୍ରୁଆରୀ ମାସରେ ହୁଏ ଏହି ପଞ୍ଚାୟତ ନିର୍ବାଚନ।