ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ କଲା ପୋଲିସ

ମିଳିନି କୌଣସି ମାରଣାସ୍ତ୍ର ବା ବନ୍ଧୁକ

ଆଠଗଡ଼, ୦୯/୦୭: ସରପଞ୍ଚଙ୍କ ସ୍ଵାମୀ କାଳିଆ ଜେନାଙ୍କୁ ୪ ରାଉଣ୍ଡ ଗୁଳି ମାଡ଼ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ। କିନ୍ତୁ ସେମାନଙ୍କ ପାଖରୁ କୌଣସି ମାରଣା ଅସ୍ତ୍ର ବା ବନ୍ଧୁକ ଜବତ ହୋଇନି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ଜୁନ ମାସ ୨୬ ତାରିଖ ମାଣିଆବନ୍ଧ ବଜାର ଉପରେ ମାଣିଆବନ୍ଦ ସାନ୍ତରାବଳି ପଞ୍ଚାୟତ ସରପଞ୍ଚଙ୍କ ସ୍ଵାମୀ ଶ୍ରୀକାନ୍ତ ଜେନାଙ୍କୁ ୪ ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ତଦନ୍ତ ପରେ ପୁଲିସ ଜିଲ୍ଲା ବାହାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।