ଭୁବନେଶ୍ବର, ୦୯/୦୭: ରାଜଧାନୀରେ ଧରା ପଡ଼ିଲା ନକଲି ଆଡିସନାଲ୍ ଏସ୍ପି। ଆଡିସନାଲ ଏସପି ବୋଲି ପରିଚୟ ଦେଉଥିବା ରଜନୀକାନ୍ତ ମହାନ୍ତି ନାମକ ଜଣେ ଯୁବକଙ୍କୁ ବାନ୍ଧିଛି ଖାରବେଳ ନଗର ଥାନା ପୋଲିସ।
ନିଜକୁ ଆଡିସନାଲ୍ ଏସ୍ପି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରଜନୀକାନ୍ତ ୟୁନିଟ୍-୩ ଅଞ୍ଚଳରେ ଭଡ଼ାଘରେ ରହୁଥିବା ସୂଚନା ମିଳିଛି।